इस जानकारी को छोड़ दें

ସୁସମାଚାର ଘୋଷଣା କର !

୨୦୨୪ ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ

ବିନାମୂଲ୍ୟର କାର୍ଯ୍ୟକ୍ରମ କୌଣସି ଚାନ୍ଦା ମଗାଯିବ ନାହିଁ

କାର୍ଯ୍ୟକ୍ରମର ମୁଖ୍ୟାଂଶ

ଶୁକ୍ରବାର: ବାଇବଲର ଚାରିଟି ବହିରେ ଯୀଶୁଙ୍କ ଜୀବନ ବିଷୟରେ ଅନେକ କଥା ଦିଆଯାଇଛି । ଜାଣନ୍ତୁ ଯେ ଆମେ କାହିଁକି ଭରସା ରଖିପାରିବା ଯେ ଏଥିରେ ଲେଖାଥିବା କଥାଗୁଡ଼ିକ ପ୍ରକୃତରେ ସତ ଅଟେ ଏବଂ ଆମେ ଏହି କଥାଗୁଡ଼ିକରୁ କʼଣ ଶିଖିପାରିବା ।

ଶନିବାର: ଯୀଶୁଙ୍କ ଜନ୍ମ ଓ ପିଲା ଦିନ ବିଷୟରେ କେଉଁ ଭବିଷ୍ୟତବାଣୀଗୁଡ଼ିକ କରାଯାଇଥିଲା ? କʼଣ ସେସବୁ ସତରେ ପୂରା ହେଲା ?

ରବିବାର: ବାଇବଲ ଆଧାରିତ ଗୋଟିଏ ଭାଷଣ ହେବ, “ଆମେ ଖରାପ ଖବର ଶୁଣି କାହିଁକି ଡରି ନ ଥାଉ ?” ଏଥିରେ କୁହାଯିବ ଯେ ଯଦିଓ ଦୁନିଆର ପରିସ୍ଥିତି ଖରାପ ହୋଇ ହୋଇଯାଉଛି, ତଥାପି ଲକ୍ଷ ଲକ୍ଷ ଲୋକ କାହିଁକି ସୁରକ୍ଷିତ ଅନୁଭବ କରନ୍ତି ଏବଂ ଭରସା ରଖନ୍ତି ଯେ ସେମାନଙ୍କ ଭବିଷ୍ୟତ ଭଲ ହେବ ।

ନାଟକ

ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୧

ଜଗତ ପାଇଁ ସତ୍ୟର ଆଲୋକ

ଯୀଶୁଙ୍କ ଜନ୍ମ ଗୋଟିଏ ଚମତ୍କାର ଥିଲା, କିନ୍ତୁ ତାଙ୍କ ପିଲା ଦିନରେ ଆହୁରି ଅନେକ ବଡ଼ ବଡ଼ ଘଟଣାଗୁଡ଼ିକ ଘଟିଲା । ଜଣେ ହତ୍ୟାକାରୀ ରାଜା ନିଷ୍ପତ୍ତି ନେଇ ସାରିଥିଲା ଯେ ସେ ତାଙ୍କୁ ମାରିଦେବ, ତେଣୁ ତାଙ୍କ ବାପାମାଆଙ୍କୁ ତାଙ୍କୁ ନେଇ ମିସର ପଳାଇବାକୁ ପଡ଼ିଲା । ଯେବେ ସେ ଟିକେ ବଡ଼ ହେଲେ, ତେବେ ତାଙ୍କ କଥାଗୁଡ଼ିକ ଶୁଣି ବଡ଼ ବଡ଼ ଧର୍ମଗୁରୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଓ ଏପରି ଅନ୍ୟ ଘଟଣାଗୁଡ଼ିକ ଏହି ଏପିସୋଡରେ ଦେଖାଇ ଦିଆଯିବ । ଏହାର ଦୁଇଟି ଭାଗ ଅଛି, ଯାହା ଶୁକ୍ରବାର ଓ ଶନିବାରକୁ ଦେଖାଇ ଦିଆଯିବ ।

ଏହି ବର୍ଷର ଅଧିବେଶନ ସହ ଜଡ଼ିତ ଭିଡିଓଗୁଡ଼ିକ ଦେଖନ୍ତୁ ।

ଆମ ଅଧିବେଶନରେ କʼଣ ହୁଏ ?

ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ଅଧିବେଶନରେ କʼଣ ହୁଏ ।

୨୦୨୪ ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ: ସୁସମାଚାର ଘୋଷଣା କର !

ଜାଣନ୍ତୁ ଯେ ଏହି ବର୍ଷର ଅଧିବେଶନରେ ଆମେ କʼଣ କʼଣ ଶିଖିବା ।

ନାଟକର ଏକ ଝଲକ: ଯୀଶୁଙ୍କ ନିଆରା ଜୀବନ କାହାଣୀ

ଆପଣ ଶୁଣିଥିବେ ଯେ ଯୀଶୁଙ୍କ ଜନ୍ମ ଚମତ୍କାର ଭାବରେ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଏବଂ ଏହା ପରେ ଆଉ କʼଣ କʼଣ ବିଶେଷ ଘଟଣାଗୁଡ଼ିକ ଘଟିଲା ?