इस जानकारी को छोड़ दें

କʼଣ ଯିହୋବାଙ୍କ ସାକ୍ଷୀମାନେ ଅନ୍ୟ ଧର୍ମଗୁଡ଼ିକ ପାଇଁ ସହନଶୀଳତା ଦେଖାନ୍ତି ?

କʼଣ ଯିହୋବାଙ୍କ ସାକ୍ଷୀମାନେ ଅନ୍ୟ ଧର୍ମଗୁଡ଼ିକ ପାଇଁ ସହନଶୀଳତା ଦେଖାନ୍ତି ?

 ଲୋକେ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି, ଆମେ ବାଇବଲର ପରାମର୍ଶକୁ ପାଳନ କରିଥାଉ, କାରଣ ବାଇବଲ କହେ: “ସମସ୍ତଙ୍କୁ ସମାଦର କର ।” (୧ ପିତର ୨:୧୭) ଉଦାହରଣସ୍ୱରୂପ, କିଛି ଦେଶଗୁଡ଼ିକରେ ଯିହୋବାଙ୍କ ସାକ୍ଷୀମାନେ ହଜାର ହଜାର ସଂଖ୍ୟାରେ ଅଛନ୍ତି । ତଥାପି, ଆମେ ଅନ୍ୟ ଧାର୍ମିକ ସମୂହଗୁଡ଼ିକର କାମକୁ ରୋକିବା କିମ୍ବା ନିଷେଧ କରିବା ପାଇଁ ନେତା କିମ୍ବା ଆଇନ ପ୍ରଣେତାମାନଙ୍କ ଉପରେ ଚାପ ପକାଇ ନ ଥାଉ । ସମାଜରେ ଲୋକମାନଙ୍କୁ ଆମର ନୈତିକ ଓ ଧାର୍ମିକ ବିଶ୍ୱାସକୁ ବଳପୂର୍ବକ ଅନୁକରଣ କରିବା ପାଇଁ ଆଇନ ଲାଗୁ କରିବା ନିମନ୍ତେ ଆମେ କୌଣସି ଅଭିଯାନ ଚଳାଇ ନ ଥାଉ । ଏହା ପରିବର୍ତ୍ତେ, ଆମେ ଅନ୍ୟମାନଙ୍କ ପ୍ରତି ଠିକ୍‌ ସେପରି ସହନଶୀଳତା ଦେଖାଇଥାଉ, ଯାହା ସେମାନେ ଆମ ପ୍ରତି ଦେଖାନ୍ତୁ ବୋଲି ଆମେ ଚାହୁଁ ।—ମାଥିଉ ୭:୧୨.