इस जानकारी को छोड़ दें

କʼଣ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଧର୍ମ ହିଁ ସତ୍ୟ ଧର୍ମ ଅଟେ ?

କʼଣ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଧର୍ମ ହିଁ ସତ୍ୟ ଧର୍ମ ଅଟେ ?

 ନିଜ ଧର୍ମକୁ ହୃଦୟରୁ ବିଶ୍ୱାସ କରୁଥିବା ସମସ୍ତେ ଏହା ଭାବିବେ ଯେ ତାଙ୍କ ଧର୍ମ ହିଁ ସତ୍ୟ ଅଟେ ଏବଂ ଈଶ୍ୱର ତାହା ପସନ୍ଦ କରନ୍ତି । ନହେଲେ ସେମାନେ କାହିଁକି ସେହି ଧର୍ମକୁ ବିଶ୍ୱାସ କରନ୍ତେ ?

 ଅଧିକାଂଶ ଲୋକ ଭାବନ୍ତି ଯେ ବିଭିନ୍ନ ଧର୍ମଗୁଡ଼ିକ ଉଦ୍ଧାର ପାଇବା ପାଇଁ ଭିନ୍ନ ଭିନ୍ନ ପଥକୁ ନେଇଯାʼନ୍ତି । କିନ୍ତୁ ଯୀଶୁ ଖ୍ରୀଷ୍ଟ ଏଭଳି ମତକୁ ଅସ୍ୱୀକାର କରିଥିଲେ । ସେ କହିଥିଲେ: “ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।” (ମାଥିଉ ୭:୧୪) ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ ସେମାନେ ସେହି ପଥକୁ ପାଇଛନ୍ତି, ନହେଲେ ସେମାନେ ଅନ୍ୟ ଧର୍ମ ଖୋଜନ୍ତେ ।